ମିଡ଼ିଆ ପ୍ରେସ କ୍ଳବ ତରଫରୁ 75ତମ ସ୍ୱାଧୀନତା ଦିବସ ପାଳିତ!

ରାଜଗାଙ୍ଗପୁର (ବ୍ୟୁରୋ ରିପୋର୍ଟ )-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସର ରେ ମିଡ଼ିଆ ପ୍ରେସ କ୍ଲବ ତରଫରୁ 75ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି !ସୂଚନା ଅନୁଯାଇ ଏହି ଅବସର ରେ ରାଜଗାଙ୍ଗପୁର ସହର ର ପୂର୍ବତନ ବିଜେଡି ଟାଉନ ସଭାପତି ଅମରେଶ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ଦ୍ୱାରା ଜାତୀୟ ପତକା ଉତ୍ତୋଳନ କରାଯିବା ସହ ଜାତୀୟ ସଂଗୀତ ଗାନ କରାଯାଇଥିଲା !ମୁଖ୍ୟ ଅତିଥି ଅମରେଶ ଚନ୍ଦ୍ର ପଣ୍ଡା ଦେଶ କୁ ସ୍ୱାଧୀନ କରିବା ପାଇଁ ନିଜ ଜୀବନ କୁ ଉସର୍ଗ କରିଥିବା ମହାପୁରୁଷ ମାନଙ୍କ ବିଷୟରେ ବକ୍ତବ୍ୟ ଦେବା ସହ ତାଙ୍କ ଗୁଣ ଗାନ କରିଥିଲେ !ଏହି ଅବସର ରେ ସଙ୍ଘ ସଭାପତି ପ୍ରଫୁଲ୍ଲ ସାହୁ ଦ୍ୱାରା ସମ୍ମାନିତ ଅତିଥି କମଳ ଅଗ୍ରୱାଲ ଓ ଶେଖର ଦଧୀଚି ଙ୍କୁ ସମ୍ମାନିତ କରାଯାଇଥିବା ବେଳେ ,ସଙ୍ଘ ସଭାପତି ପ୍ରଫୁଲ୍ଲ କୁମାର ସାହୁ, ଉପ ସଭାପତି ରମେଶ କେଶରୀ,ସମ୍ପାଦକ ଗିରିଜା ପ୍ରସାଦ ସାମଲ, କୋଷାଧକ୍ୟ ଅମୀୟ ରଞ୍ଜନ ଦାସ, ସୁବାଷ ବେହେରା, ମନୋଜ ଗୌଡ଼, ମନୋଜ ତନ୍ତୀ, ମନୋଜ ଭୋଳ, ରାମ ପ୍ରବେଶ ଚୋୖଧୀରି, ରାଜେଶ ଦାଈମା, ଦୀପ୍ତି ଲୁହା,ଓ ଅନ୍ୟାନ ସଙ୍ଘ ସଦସ୍ୟ ଓ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ !

Leave a comment

Design a site like this with WordPress.com
Get started